ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ ଥିବାବେଳେ ତାଙ୍କୁ ଅତର୍କିତ ଆକ୍ରମଣ ହୋଇଥିବା ନେକାଣ୍ଟି ପୋଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତନାଘନା ଚଲାଇଛି। ମାତ୍ର ଏପର୍ଯ୍ୟନ୍ତ ପୋଲିସ ଆକ୍ରମଣକାରୀ ମାନଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ। ଅନ୍ୟପକ୍ଷରେ ସୋମବାର ଚାଷୀନେତା ନେକାଣ୍ଟିଙ୍କ ଜନ୍ମଦିନ ଥିବାବେଳେ ତାଙ୍କ ଉପରେ ଏଭଳି ସଂଘବଦ୍ଧ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 

Share