ସମସ୍ତ ପ୍ରକାର ଦୁଗ୍ଧ କାର୍ଟନ ଉପରେ ଲାଗୁ ହେବ ୟୁନିଫର୍ମ ଟ୍ୟାକ୍ସ

ନୂଆଦିଲ୍ଲୀ,୨୨।୬: ବର୍ଷର ପ୍ରଥମ ଜିଏସ୍‌ଟି ପରିଷଦ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ସାମିଲ ହୋଇଥିଲେ। ବୈଠକ ଶେଷ ହେବା ପରେ ନିଆଯାଇଥିବା ସମସ୍ତ ପ୍ରମୁଖ ନିଷ୍ପତ୍ତି ନେଇ ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଉଛନ୍ତି।

ଜିଏସ୍‌ଟି ପରିଷଦ ସମସ୍ତ ଦୁଗ୍ଧ କାର୍ଟନରେ ସମାନ ହାରରେ ୧୨ ପ୍ରତିଶତ ସୁପାରିଶ କରିଛି। ଟିକସ ଚାହିଦା ନୋଟିସ୍‌ ଉପରେ ସୁଧଛାଡ଼ କରିବାକୁ ପରିଷଦ ସୁପାରିଶ କରିଛି। ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆବେଦନ ଟ୍ରିବ୍ୟୁନାଲରେ ଆବେଦନ କରିବା ପାଇଁ ଜିଏସ୍‌ଟି ପରିଷଦ ୨୦ ଲକ୍ଷ ଟଙ୍କା ସୀମା ସୁପାରିଶ କରିଛି। ଏଥିରେ ହାଇକୋର୍ଟ ପାଇଁ ୧ କୋଟି ଟଙ୍କା ଏବଂ ସୁପ୍ରିମକୋର୍ଟ ପାଇଁ ୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।

Share
Tags: National