୧୦୦ ବର୍ଷ ତଳର ସଂଗ୍ରହାଳୟକୁ ୟୁନେସ୍କୋ ପୁରସ୍କାର…

ମୁମ୍ବାଇ,୨୭।୧୧ : ମୁମ୍ବାଇରେ ଥିବା ୧୦୦ ବର୍ଷ ପୁରୁଣା ଛତ୍ରପତି ଶିବାଜୀ ମହାରାଜ ବାସ୍ତୁ ସଂଗ୍ରହାଳୟର ପୁନରୁଦ୍ଧାରକୁ ୟୁନେସ୍କୋ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ୟୁନେସ୍କୋ ବିଚାରକମଣ୍ଡଳୀ ଏହି ସଂଗ୍ରହାଳୟକୁ ଏକ ପ୍ରକଳ୍ପ ଭାବରେ ପ୍ରଶଂସା କରିଛନ୍ତି ଯାହାକି ବିଶ୍ୱଐତିହ୍ୟର ସୁରକ୍ଷା ପାଇଁ ଏକ ମାନକ ସ୍ଥାପତ୍ୟ ଭାବରେ ବର୍ଣ୍ଣିତ ହୋଇଛି।

ମୁମ୍ବାଇର ଏହି ସଂଗ୍ରହାଳୟକୁ ସାଂସ୍କୃତିକଐତିହ୍ୟର ସଂରକ୍ଷଣ ପାଇଁ ୟୁନେସ୍କୋ ଏସିଆ-ପାସିଫିକ ପୁରସ୍କାର ପ୍ରଦାନ କରାଯାଇଛି। ମୁମ୍ବାଇର ଏକ ପ୍ରମୁଖ ନାଗରିକ ଅନୁଷ୍ଠାନ ଭାବେ ପୁନରୁଦ୍ଧାର ପାଇଁ ମ୍ୟୁଜିୟମ ପ୍ରକଳ୍ପକୁ ବିଚାରକମଣ୍ଡଳୀ ପ୍ରଶଂସା କରିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ବାସ୍ତୁ ସଂଗ୍ରହାଳୟ ୧୯୨୨ ମସିହାରେ ପଶ୍ଚିମ ଭାରତର ୱେଲ୍ସ ଅଫ୍‌ ପ୍ରିନ୍ସ ସଂଗ୍ରହାଳୟ ଭାବରେ ପ୍ରତିଷ୍ଠିତ ହୋଇଥିଲା।

ଚଳିତ ବର୍ଷ ପାଇଁ ଆଫଗାନିସ୍ତାନ, ଚାଇନା, ଭାରତ, ଇରାନ, ନେପାଳ ଏବଂ ଥାଇଲାଣ୍ଡ ଆଦି ୬ଟି ଦେଶର ୧୩ ଟି ପ୍ରକଳ୍ପ ପୁରସ୍କାର ପାଇଁ ବିଚାରକମଣ୍ଡଳୀ ଦ୍ୱାରା ମନୋନୀତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏସିଆ-ପାସିଫିକ ଅଞ୍ଚଳର ୧୧ ଟି ଦେଶରୁ ୫୦ ଟି ଏଣ୍ଟ୍ରିର ସମୀକ୍ଷା କରାଯାଇଥିଲା।

Share