ଜେଲରେ ଜୀବନ ହାରିଲେ ବିଚାରାଧୀନ ବନ୍ଦୀ

ବରଗଡ଼,୨୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ସୋମବାର ରାତିରେ ଜଣେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ, ଅତାବିରା ଥାନା ଜହ୍ନାପଡା ଗ୍ରାମର ଗିରିଧାରୀ ରୋହିଦାସ(୩୮) । ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ବିଳମ୍ବିତ ରାତିରେ ସେ ବିଦ୍ୟୁତ ତାର ଧରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଗତ ଅଗଷ୍ଟ ମାସରୁ ମୃତକ ଜଣକ ଏକ ପୋକ୍ସୋ ମାମଲାରେ ଗିରଫ ହୋଇ ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ।

 

Dharitri – Odisha’s No.1 Odia Daily

 

Share