ଛତ୍ରପୁର, ୧୦।୭(ଦିଲୀପ ସାମଲ): ଆସନ୍ତା ଅକ୍ଟୋବର ୨୨ରୁ ୩୦ ତାରିଖ ବାହାରିନଠାରେ ୩ୟ ଏସିଆନ୍ ୟୁଥ୍ ଗ୍ୟାମ୍ସ ବାହାରିନ -୨୦୨୫ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ୧୮ ବର୍ଷରୁ କମ ପୁରୁଷ କବାଡ଼ି ପ୍ରତିଯୋଗିତାରେ ଓଡ଼ିଶା ଦଳରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମର ଚିକୁ ସେଠୀ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି। ଏଥିଲାଗି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ନରେନ୍ଦ୍ରପୁର ଗ୍ରାମର ଗୁଣ୍ଡିଚା ସେଠୀଙ୍କ ପୁତ୍ର ଚିକୁ ନିହାତି ଗରିବ ପରିବାରରେ ଜନ୍ମ ହୋଇ ସଂଘର୍ଷ ବଳରେ ସେ ବିଦେଶରେ ଖେଳିବାର ସୁଯୋଗ ହାସଲ କରିଛନ୍ତି। ପୂର୍ବରୁ ସେ ଉତ୍ତରାଖଣ୍ଡରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଦଳ ସ୍ଥାନ ପାଇ ବାହାରନ୍ରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପାଇଛନ୍ତି।