Categories: ଖେଳ

୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ : ନିଖିଲ ଚାମ୍ପିୟନ, ବିକାଶ ରନର୍ସଅପ୍‌

ଭୁବନେଶ୍ୱର, ୨୬।୬(କ୍ରୀଡ଼ା ପ୍ରତିନିଧି):ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା, ବାହାର ରାଜ୍ୟ ଏବଂ ବିଦେଶର କେତେକ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପୂରା ୭ ପଏଣ୍ଟ ହାସଲ କରି ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲର ୯ମ ଷ୍ଟାଣ୍ଡାର୍ଡ ଛାତ୍ର ନିଖିଲ ସାହୁ ଚାମ୍ପିୟନ ହୋଇଛନ୍ତି। ପ୍ରଭୁଜୀ ଇଂଲିଶ୍‌ ମିଡିୟମ ସ୍କୁଲର ବିକାଶ କୁମାର ଲେଙ୍କା ୫.୫ ପଏଣ୍ଟ ସହିତ ରନର୍ସଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତେଜାସ ଲୋହାନୀ, ତନ୍ମୟା ତ୍ରିପାଠୀ ଓ ହାଇଦ୍ରାବାଦର ଶିବମ୍‌ ମିଶ୍ର (ସମେସ୍ତ ୫ ପଏଣ୍ଟ ଲେଖାଏ) ଯଥାକ୍ରମେ ୩ୟରୁ ୫ମ ସ୍ଥାନ ଅଧିକାର କରିଛନ୍ତି। ସନ୍ଦୀପା ପ୍ରିୟଦର୍ଶିନୀ ସାହୁ(୪) ଶ୍ରେଷ୍ଠ ବାଳିକା ଖେଳାଳି ପୁରସ୍କାର ପାଇଛନ୍ତି। ୧୧ ବର୍ଷରୁ କମ୍‌ ବର୍ଗରେ ସାଇ ଅମୃତ ପରିଜା, ତ୍ରିଦେବ ତୀର୍ଥଙ୍କର, ୯ ବର୍ଷରୁ କମ୍‌ରେ ଧ୍ରୁବ ଏବଂ ୭ ବର୍ଷରୁ କମ୍‌ ବିଭାଗରେ ଅନ୍ନବ ବିଶ୍ୱାଳ ଓ ଶୁଭସ୍ମିତା ପ୍ରିୟଦର୍ଶିନୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ସତ୍ୟରଞ୍ଜନ ପଟ୍ଟନାୟକ, ଡାକ୍ତର ମାନସ ରଞ୍ଜନ ମିଶ୍ର ଓ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତା ପରିଚାଳିତ ହୋଇଥିଲ।

Share