ନୂଆପଡା,୯।୮ (ମକାରୁ ବେମାଲ): ରାୟପୁର-ଗୋପାଳପୁର ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ କୋମନା ଥାନା କ୍ରିଷ୍ନା ଛକ ସ୍ଥିତ ତେତେଲବନ୍ଧ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ମୃତ୍ୟୁ ଘଟିଛି। ମୃତକ କୋମନା ଥାନା କୁରେଶ୍ୱର ପଞ୍ଚାୟତ ଖଇରଭାଡି ଗ୍ରାମର ପ୍ରେମାନନ୍ଦ ମାଝୀ ଓ ପଦ୍ମନ ମାଝୀ। ପ୍ରେମାନନ୍ଦ ଜଣେ ସେନା କର୍ମଚାରୀ। ଗତ କାଲି ଛୁଟିରେ ଆସିଥିବାବେଳେ କୌଣସି କାମ ପାଇଁ କୋମନା ଯାଉଥିବା ସମୟରେ ବାଟରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟଇଥିବା ଆନ୍ଧ୍ର ଟ୍ରକ ସହ ଦୁଇଜଣଙ୍କୁ ଅଟକ ରଖିଛି ତରବୋଡ଼ ଫାଣ୍ଡି ପୋଲିସ ପଚରାଉଚରା କରୁଛି ।