Categories: Home Leftଖେଳ

ବିନା ପରିବର୍ତ୍ତନରେ ଓହ୍ଲାଇଲା ଭାରତ

ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍‌ ଶେଷ ଆଡ଼କୁ ପିଚ୍‌ ଧିରେ ଧିରେ ଧିମା ହୋଇଯାଉଥିବାରୁ ସେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାହୁଲ। ଟିମ୍‌ ଇଣ୍ଡିଆ ବିନା କୌଣସି ପରିବର୍ତ୍ତନ ସହ ମ୍ୟାଚ୍‌ରେ ଓହ୍ଲାଇଛି। ଅନ୍ୟପକ୍ଷରେ ଘରୋଇ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ବାମହାତୀ ସେପର ଜାନସେନଙ୍କ ବଦଳରେ ସିସାନ୍ଦା ମାଗାଲାଙ୍କୁ ଦଳରେ ସାମିଲ କରାଯାଇଥିବା ଘରୋଇ ଦଳର ଅଧିନାୟକ ତେମ୍ବା ବଭୁମା କହିଛନ୍ତି।

ଭାରତୀ ଦଳ: ଲୋକେଶ ରାହୁଲ (ଅଧିନାୟକ), ଶିଖର ଧାଓ୍ବନ, ବିରାଟ କୋହଲି, ରିଷଭ ପନ୍ତ (ଉଇକେଟକିପର), ଶ୍ରେୟାସ ଆୟାର, ଭେଙ୍କଟଶ ଆୟାର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ଓ ୟୁଜବେନ୍ଦ୍ର ଚହଲ।