ମୋଦିଙ୍କ ରାଲିରେ ଅସମ୍ଭାଳ ଭିଡ଼: ଖମ୍ବ ଉପରେ ଚଢ଼ିଗଲେ ଲୋକେ, ପ୍ରଧାନମନ୍ତ୍ରୀ କହିଲେ…

ହାଇଦ୍ରାବାଦ୍‌,୨୬।୧୧: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଭାଜପାର ଷ୍ଟାର ପ୍ରଚାରକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲି କରୁଛନ୍ତି। ରବିବାର ତେଲଙ୍ଗାନାର ନିର୍ମଲ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ରାଲିରେ କିଛି ଲୋକ ଖମ୍ବ ଉପରକୁ ଚଢ଼ିଯାଇଥିଲେ। ଏହା ଦେଖି ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କୁ ଓହ୍ଲାଇବାକୁ ନିବେଦନ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଧୁଗଣ ଓହ୍ଲାଇ ଆସ, ଯଦି ତୁମ ଭିତରୁ କେହି ଖମ୍ବ ଉପରୁ ଖସି ପଡନ୍ତି ତେବେ ମୁଁ ବହୁତ ଦୁଃଖ ପ୍ରକାଶ କରିବି। ଏତେ ସଂଖ୍ୟକ ଲୋକ ଅଛନ୍ତି, ମୁଁ ଜାଣେ ଆପଣ ହୁଏତ ମୋତେ ଦେଖିପାରିବେ ନାହିଁ, କିନ୍ତୁ ଯଦି କେହି ଖସିପଡିବେ ମୋତେ କଷ୍ଟ ହେବ। ତେଣୁ ଦୟାକରି ଓହ୍ଲାଇ ଆସନ୍ତୁ।