ମନରେଗାରେ ମିଳୁନି ପାଉଣା, ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶ୍ରମିକଙ୍କୁ କାମ ଯୋଗାଇ ଦେବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି। ମନରେଗା ମହାଦୁର୍ନୀତି କେବେ ବନ୍ଦ ହେବ ଏହାର ଜବାବ ଦିଅ ବୋଲି ନାରାବାଜି ସହ ୧୫ ଦଫା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡିଶା ମନରେଗା ଶ୍ରମିକ ୟୁନିୟନ ଗଞ୍ଜାମ ଜିଲା କମିଟି।

ଏନେଇ ଶହ ଶହ ମହିଳା ଶ୍ରମିକ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦାନ କରିବା ସହିତ ଗଣ ଧାରଣା ଦେଇଛନ୍ତି, ଦୈନିକ ସର୍ବନିମ୍ନ ମଜୁରୀ ୭୦୦ଟଙ୍କାକୁ ବୃଦ୍ଧି ଏବଂ ପରିବାରର ୨ଜଣ ସଦସ୍ୟ ନିଶ୍ଚିତ କାମ ଯୋଗାଇବା, ବର୍ଷସାରା କାମ ଯୋଗାଇ ଦେବା, ସ୍ବତନ୍ତ୍ର କଲ୍ୟାଣ ବୋର୍ଡ ଓ ସାମାଜିକ ନିରାପତ୍ତା ପାଇଁ ସୁବ୍ୟବସ୍ଥା କରିବା, ୫୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଶ୍ରମିକ ପାଇଁ ମାସିକ ୧୦ହଜାର ଟଙ୍କା ପେନ୍‌ସନ୍‌ ପ୍ରଦାନ, ଶ୍ରମିକ ବିରୋଧୀ ୪ଟି ଶ୍ରମ ସହଂତି ପ୍ରତ୍ୟାହାର କରିବା ସମେତ ୧୫ଟି ଦାବୀ ରହିଛି, ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରାରମ୍ଭରେ ସ୍ଥାନୀୟ ଡିଆରଡି ଛକଠାରୁ ଶ୍ରମିକଙ୍କୁ ସମ୍ମାନ ସହ କାମ ଯୋଗାଇବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ଶ୍ରମିକମାନେ ଏକ ବିରାଟ ରାଲିରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।

Share
Tags: labour wages