ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିନ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସେଣ୍ଟର ଫର ଏନ୍‌ଭାଇରୋମେଣ୍ଟ ଷ୍ଟଡିଜ୍‌ ( ସିଇଏସ) ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ‘ପ୍ଲାଷ୍ଟିକର ବିକଳ୍ପ ଓ ଜୀବିକା ନିର୍ବାହରେ ପୁରୁଣା କାଗଜ ଓ ଶୁଖିଲା ପତ୍ରର ଭୂମିକା’ ବିଷୟ ଭିତ୍ତିକ ପ୍ରଶିକ୍ଷଣ ଶିବିରକୁ ବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣି ସାହୁ ଉଦ୍‌ଘାଟନ କରିଥିଲେ। ଇକୋ କ୍ଲବ୍‌ ମୁଖ୍ୟ ପରିଚାଳିକା ଅଧ୍ୟାପିକା ରାଜଲକ୍ଷ୍ମୀ ସାହୁଙ୍କ ସଂଯୋଜନାରେ ସାନଖେମୁଣ୍ଡି ବ୍ଲକ୍‌ ଛଣମେରୀ ଗ୍ରାମ ନିକଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ବିବେକାନନ୍ଦ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ ସୃଷ୍ଟି କରୁଥିବା ମୁଖ୍ୟଅତିଥି କହିବା ସହ ପୁରୁଣା ଖବର କାଗଜ ଓ ଶୁଖିଲା ପତ୍ର ଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତକରି ଜୀବିକା ନିର୍ବାହ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ହସ୍ତଶିଳ୍ପ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା।

Dharitri – Odisha’s No.1 Odia Daily

Share