କନ୍ୟାସନ୍ତାନର ଜନକ ହେଲେ ଉମେଶ

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ଗସ୍ତରେ ଆହତ ସମସ୍ୟା ମଧ୍ୟରେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କ ପାଇଁ ନୂଆ ବର୍ଷର ପ୍ରଥମ ଦିନରେ ଆସିଛି ଖୁସି ଖବର। ସ୍ତ୍ରୀ ତାନ୍ୟା ଓ୍ବାଧଓ୍ବା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ଉମେଶ ଟୁଇଟର ମାଧ୍ୟମରେ ଖୁସି ଜାହିର କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ମଧ୍ୟ ଉମେଶଙ୍କୁ ଟୁଇଟରରେ ଅଭିନନ୍ଦନ ଜଣାଯାଇଛି। ଏଥିସହ ସେ ଆହତ ସମସ୍ୟାରୁ ଶୀଘ୍ର ମୁକୁଳିବାନେଇ ମଧ୍ୟ ବିସିସିଆଇ ପକ୍ଷରୁ କାମନା କରାଯାଇଛି। ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଅବସରରେ ଆହତ ହୋଇଥିବାରୁ ଉମେଶ ସମ୍ପ୍ରତି ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଭାରତ ଫେରିବାପରେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେବେ। ଉମେଶ ୨୦୧୩ରେ ତାନ୍ୟାଙ୍କୁ ବିବାହ କରିଥିଲେ।