COLOMBO, SRI LANKA - SEPTEMBER 13: Umar Gul of Pakistan pictured during a Pakistan Portrait Session ahead of the ICC T20 World Cup at the Cinnamon Grand Hotel on September 13, 2012 in Colombo, Sri Lanka. (Photo by Matthew Lewis-ICC/ICC via Getty Images)
କରାଚୀ, ୧୮ା୧୦ (ପି.ଟି.): ଚଳିତ ନ୍ୟାଶନାଲ ଟି୨୦ କପ୍ ପରେ ପାକିସ୍ତାନର ଭେଟେରାନ ପେସ୍ ବୋଲର ଉମର ଗୁଲ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବେ ବୋଲି ଶନିବାର ଘୋଷଣା କରିଛନ୍ତି। ଫଳରେ ତାଙ୍କ ୧୭ ବର୍ଷ ଅନ୍ତର୍ଜାତୀୟ କ୍ୟାରିୟରର ଅବସାନ ଘଟିଛି। ୩୬ବର୍ଷୀୟ ଗୁଲ୍ ପାକିସ୍ତାନ ପକ୍ଷରୁ ଶେଷଥର ପାଇଁ ଏକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ୨୦୧୬ରେ ଖେଳିଥିଲେ। ନ୍ୟାଶନାଲ ଟି୨୦ କପ୍ରେ ସେ ବେଲୁଚିସ୍ତାନ ଦଳ ତରଫରୁ ଖେଳୁଛନ୍ତି। ରବିବାର ଏହି ଟୁର୍ନାମେଣ୍ଟର ଉଦ୍ଯାପନ ହେବ। ଗୁଲ୍ଙ୍କ ଦଳ ରାଓ୍ବଲପିଣ୍ଡିରେ ଶୁକ୍ରବାର ସଦର୍ନ ପଞ୍ଜାବଠାରୁ ହାରିଯିବା ପରେ ସେମିଫାଇନାଲ ଦୌଡ଼ରୁ ଆପାତତ ବାଦ୍ ପଡ଼ିଛି। ପେଶାଓ୍ବରରେ ଜନ୍ମ ଗ୍ରହଣ କରିଥିବା ଗୁଲ୍ ୨୦୦୩ରେ ଏକ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେହିବର୍ଷ ସେ ପ୍ରଥମ ଟେଷ୍ଟ ଖେଳିଥିଲେ। ସେ ତାଙ୍କର ଅନ୍ତିମ ଟେଷ୍ଟ ୨୦୧୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଗୁଲ୍ ୪୭ ଟେଷ୍ଟ ମ୍ୟାଚ ଖେଳି ୩୪.୦୬ ଆଭରେଜରେ ୧୬୩ ଉଇକେଟ ନେଇଥିଲେ। ସେ୧୩୦ ଅନ୍ତର୍ଜାତୀୟ ଦିନିକିଆରେ ୧୭୯ ଉଇକେଟ ନେଇଛନ୍ତି। ଏହାଛଡ଼ା ୬୦ ଅନ୍ତର୍ଜାତୀୟ ଟି୨୦ରେ ସେ ୮୫ ଉଇକେଟ ମଧ୍ୟ ନେଇଛନ୍ତି।