Categories: Home Leftଖେଳ

ମୋଟା ଅଙ୍କର ଜରିମାନା ଦେଲେ ଆକମଲ

କରାଚି,୨୬।୫: ପାକିସ୍ତାନ କ୍ରିକେଟ ବୋର୍ଡର ଆଣ୍ଟି କରପ୍‌ଶନ ରିହାବିଲିଟେଶନ ପ୍ରୋଗ୍ରାମ୍‌ରେ ସାମିଲ ହେବା ଲାଗି ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ୪୫ ଲକ୍ଷ ଟଙ୍କାର ଜରିମାନା ଗଣିବାକୁ ପଡ଼ିଛି। ଦୁର୍ନୀତି ଆଚରଣବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଆକମଲଙ୍କୁ ୨୦୨୦ ଫେବୃୟାରୀରୁ ସମସ୍ତ ପ୍ରକାର କ୍ରିକେଟରୁ ୧୨ ମାସ ପାଇଁ ବାସନ୍ଦ କରାଯାଇଥିଲା। ବାସନ୍ଦାଦେଶ ସହ ଗତ ଫେବୃୟାରୀରେ ୪୫ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲା କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (ସିଏଏସ୍‌)। ବାସନ୍ଦ ସମୟ ସୀମା କାଟିବା ସହ ଜରିମାନା ଦେଇସାରିଥିବାରୁ ସେ ଏବେ ରିହାବ ପ୍ରୋଗ୍ରାମ୍‌ରେ ସାମିଲ ହୋଇପାରିବେ ବୋଲି ପିସିବି ପକ୍ଷରୁ କୁହାଯାଇଛି।

ପୂର୍ବରୁ ଜରିମାନା ବାବଦକୁ ଧାର୍ଯ୍ୟ ପରିମାଣର ଅର୍ଥକୁ କିସ୍ତିରେ ଦେବାକୁ ଆକମଲ ଅନୁରୋଧ କରିଥିଲେ। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା ପିସିବି। ଚଳିତ ମାସରେ ୩୧ ବର୍ଷରେ ପାଦ ଦେବାକୁ ଯାଉଥିବା ଆକମଲ ଅନ୍ତିମ ଥର ୨୦୧୯ ନଭେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ।