In this photo provided by the Turkish Foreign Ministry, Ukraine's Foreign Minister Dmytro Kuleba, left, meets his Turkish counterpart Mevlut Cavusoglu, right, ahead of their tripartite meeting with Russia's Foreign Minister Sergey Lavrov, in Antalya, Turkey, Thursday, March 10, 2022. (Fatih Aktas/Turkish Foreign Ministry via AP)
ଇସ୍ତାନବୁଲ, ୧୦ା୩: ଯୁଦ୍ଧବିରତି ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗୁରୁବାର ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଗୁରୁବାର ୧୫ ଦିନ ହୋଇଥିବା ବେଳେ ଯୁଦ୍ଧପରଠାରୁ ଏହା ୟୁକ୍ରେନ୍ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ଏବଂ ରୁଷିଆ ପ୍ରତିପକ୍ଷ ସେରଗି ଲାଭରୋଭ୍ଙ୍କ ଥିଲା ପ୍ରଥମ ବୈଠକ। ଏହି ଆଲୋଚନାରେ ତୁର୍କୀ ବହିର୍ବ୍ୟାପାର ମନ୍ତ୍ରୀ ମେଭଲୁଟ୍ କାଭୁସୋଗ୍ଲୁ ମଧ୍ୟ ଉପସ୍ଥିତ ଥିଲେ। ୟୁକ୍ରେନ୍ର ବନ୍ଦର ସହର ମାରିଉପୋଲରେ ୨୪ ଘଣ୍ଟିଆ ଯୁଦ୍ଧବିରତି ସହ ମାନବୀୟ କରିଡର ନିର୍ମାଣ ନିମନ୍ତେ କ୍ୱିଭ୍ ପ୍ରସ୍ତାବ ରଖିଥିଲେ ହେଁ ମସ୍କୋ ସେଥିରେ ରାଜି ହୋଇ ନ ଥିବା କୁଲେବା କହିଛନ୍ତି। ଏଥିସହ ୟୁକ୍ରେନ୍ ରୁଷିଆ ଆଗରେ ଆତ୍ମସମର୍ପଣ କରିବା ନିମନ୍ତେ ଲାଭରୋଭ୍ ପ୍ରସ୍ତାବ ରଖିଛନ୍ତି। ହେଲେ କ୍ୱିଭ୍ କେବେ ତାହା କରିବ ନାହିଁ ସେ ସୂଚନା ଦେଇଛନ୍ତି। ଏହି ବୈଠକ ବେଲାରୁଷ ସୀମା ନିକଟରେ ହୋଇଥିବା ପୂର୍ବ ଆଲୋଚନାର ବିକଳ୍ପ ହୋଇପାରିବ ନାହିଁ ବୋଲି ଲାଭରୋଭ କହିଛନ୍ତି। ଏଥିସହ ଯୁଦ୍ଧ ବନ୍ଦ କରିବା ପାଇଁ କୌଣସି ସମାଧାନର ବାଟ ବାହାରିଲେ ୟୁକ୍ରେନ୍ ପୁଣି ରୁଷିଆ ସହ ବୈଠକ କରିବାକୁ ରାଜି ହୋଇଥିବା ଲାଭରୋଭ୍ ପ୍ରକାଶ କରିଛନ୍ତି। ୟୁକ୍ରେନ୍କୁ ଅସ୍ତ୍ରଯୋଗାଣ କରି ପାଶ୍ଚାତ୍ୟ ଦେଶ ଭୟଙ୍କର ତଥା ଅନୁଚିତ ବ୍ୟବହାର ଦେଖାଉଛନ୍ତି। ରୁଷିଆର ମିଲିଟାରୀ ଅପରେଶନ ଯୋଜନା ଅନୁସାରେ ଚାଲିଛି। ଅନ୍ୟପଟେ କ୍ୱିଭ୍ ନିକଟରେ ରଖାଯାଇଥିବା ଦାବିର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି।