ୟୁକ୍ରେନ୍‌ ଯୁଦ୍ଧ ବର୍ଷ ବର୍ଷ ଚାଲିପାରେ

କିଭ୍‌,୨୦।୬: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର ସମ୍ଭାବନା ନାହିଁ। ଏହା ବର୍ଷ ବର୍ଷ ଧରି ଚାଲିପାରେ ବୋଲି ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନ୍‌ବର୍ଗ ପ୍ରକାଶ କରିଛନ୍ତି।ଏନେଇ ୟୁକ୍ରେନ୍‌କୁ ସମର୍ଥନ ମିଳିବା ଜରୁରୀ ବୋଲି ସେ କହିଛନ୍ତି।

ପୂର୍ବ ଓ ଦକ୍ଷିଣ ୟୁକ୍ରେନ୍‌ ଦଖଲ ପାଇଁ ରୁଷିଆ ସୈନ୍ୟବଳ ବଢ଼ାଇବା ସହ ନୂତନ ରଣକୌଶଳ ଆପଣାଇଛି। ଅନ୍ୟପକ୍ଷେ କୌଣସି ପରିସ୍ଥିତିରେ ଦକ୍ଷିଣ ୟୁକ୍ରେନ୍‌ ଦଖଲ କରିବାକୁ ଦିଆଯିବ ନାହିଁ ବୋଲି ଜେଲେନ୍‌ସ୍କି କହିଛନ୍ତି।