ନୂଆଦିଲ୍ଲୀ,୧୧।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଦ୍ୱିପାକ୍ଷିକ ସହଯୋଗ, କୂଟନୈତିକ ପରିସ୍ଥିତି ଏବଂ ଯୁଦ୍ଧ ସମାପ୍ତ କରିବାର ସମ୍ଭାବନା ବିଷୟରେ ଆଲୋଚନା ହୋଇଥିଲା। ଜେଲେନ୍ସକି ରୁଷିଆର ଆକ୍ରମଣ ଏବଂ ୟୁକ୍ରେନର ଶାନ୍ତି ପ୍ରୟାସରେ ଭାରତର ସମର୍ଥନକୁ ପ୍ରଶଂସା କରିଥିଲେ।
ଜେଲେନ୍ସକି କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଏକ ଦୀର୍ଘ ଆଲୋଚନା ହୋଇଛି, ଯେଉଁଥିରେ ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ବିଶ୍ୱ କୂଟନୈତିକ ପରିସ୍ଥିତି ଉପରେ ଆଲୋଚନା ହୋଇଛି। ସେ ୟୁକ୍ରେନ ପ୍ରତି ସହାନୁଭୂତି ଏବଂ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ ୟୁକ୍ରେନର ସହର ଏବଂ ଗ୍ରାମ ଉପରେ ରୁଷିଆ ଦ୍ୱାରା କରାଯାଉଥିବା ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ। ଜାପୋରିଝିଆରେ ବସ ଷ୍ଟେଶନରେ ହୋଇଥିବା ସମ୍ପ୍ରତି ଆକ୍ରମଣ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ଆକ୍ରମଣ ଏକ ସାଧାରଣ ସହରାଞ୍ଚଳକୁ ଜାଣିଶୁଣି ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଡଜନ ଡଜନ ଲୋକ ଆହତ ହୋଇଥିଲେ।