ଓ୍ବାଗନର ଗ୍ରୁପ୍‌ର ୨୧୦୦୦ ସୈନ୍ୟଙ୍କୁ ହତ୍ୟା କରିଛି ୟୁକ୍ରେନ: ଜେଲନ୍‌ସ୍କି

କିଭ୍‌,୨ା୭: ଓ୍ବାଗନର ଗ୍ରୁପ୍‌ର ମୁଖ୍ୟ ଶୀର୍ଷ ନେତୃତ୍ୱ ବିରୋଧରେ ବିଦ୍ରୋହ ଆରମ୍ଭ କରିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସବୁଠାରୁ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶ ବର୍ତ୍ତମାନ ସୁଦ୍ଧା ଅତି କମ୍‌ରେ ୨୧,୦୦୦ ଓ୍ବାଗନର ସୈନ୍ୟଙ୍କୁ ହତ୍ୟା କରିଛି ଏବଂ ୮୦,୦୦୦ ଆହତ ହୋଇଛନ୍ତି।

ସ୍ପେନର ଗଣମାଧ୍ୟମ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଜେଲେନ୍‌ସ୍କି କହିଛନ୍ତି ଯେ, ଘରୋଇ ସାମରିକ କମ୍ପାନୀ ବିଶେଷ ଭାବରେ ପୂର୍ବ ୟୁକ୍ରେନରେ ବହୁ କ୍ଷତି ସହିଛି। ସେ କହିଛନ୍ତି, ଓ୍ବାଗନର ଗ୍ରୁପ୍‌ର ଅଧିକାଂଶ ଅପରାଧୀ। ତେଣୁ ହରାଇବା ପାଇଁ ତାଙ୍କ ପାଖରେ କିଛି ନାହିଁ।