ନୂଆଦିଲ୍ଲୀ,୧୭।୪: ଏନ୍ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬ ଏପ୍ରିଲରୁ ପରୀକ୍ଷାରେ ଲାଗି ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମେ’ ୭ ରହିଛି। ପ୍ରାର୍ଥୀମାନେ ଫି’ ଜମା କରିବା ପାଇଁ ଆଉ ଗୋଟିଏ ଦିନ ଅର୍ଥାତ ମେ’ ୮ ପର୍ଯ୍ୟନ୍ତ ସମୟ ପାଇବେ। ଏହି ପରୀକ୍ଷା ଜୁନ ୨୧ ରୁ ଜୁନ ୩୦ ମଧ୍ୟରେ ହେବ ବୋଲି କୁହାଯାଇଛି। ଛାତ୍ରୀଛାତ୍ରମାନେ https://ugcnet.nta.ac.in / www.nta.ac.in କୁ ଯାଇ ଆବେଦନ କରିପାରିବେ।
ପ୍ରାର୍ଥୀମାନେ ଗତ କିଛି ଦିନ ଧରି UGC NET ଜୁନ-୨୦୨୫ ପରୀକ୍ଷା ତାରିଖକୁ ଅପେକ୍ଷା କରିଥିଲେ। NTA ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପରୀକ୍ଷାର ଦାୟିତ୍ୱ ଜାତୀୟ ପରୀକ୍ଷା ସଂସ୍ଥାକୁ ହସ୍ତାନ୍ତର କରିଛି। ବିଜ୍ଞପ୍ତି ଅନୁସାରେ ଆଡମିଟ୍ କାର୍ଡ ପ୍ରକାଶନର ତାରିଖ, ସହର ଏବଂ କେନ୍ଦ୍ର ବିଷୟରେ ସୂଚନା ପରେ ଦିଆଯିବ।
UGC NET ଜୁନ ୨୦୨୫ ଗୁରୁତ୍ୱପୂର୍ଣ୍ଣ ତାରିଖ :
-ଜୁନ ୨୦୨୫ ରେ UGC NET ପାଇଁ ଆବେଦନ କରିବାର ତାରିଖ: ଏପ୍ରିଲ ୧୬ ରୁ ମଇ ୦୭ ରାତି ୧୧:୫୯
-ପରୀକ୍ଷା ଫିସ ଦେବାର ଶେଷ ତାରିଖ: ୮ ମଇ ରାତି ୧୧:୫୯
-ଅନଲାଇନ ଆବେଦନ ଫର୍ମରେ ତ୍ରୁଟି ସଂଶୋଧନ ତାରିଖ: ୦୯ ମଇ ରୁ ୧୦ ମଇ ୨୦୨୫
-ପରୀକ୍ଷା କେନ୍ଦ୍ରର ସହର କେବେ ଘୋଷଣା କରାଯିବ: ଏ ବିଷୟରେ ସୂଚନା ପରେ ଦିଆଯିବ।
-NTA ୱେବସାଇଟ ରୁ କେବେ ଆଡମିଟ କାର୍ଡ ଡାଉନଲୋଡ ପାଇଁ ଉପଲବ୍ଧ ହେବ: ସୂଚନା ପରେ ଦିଆଯିବ।
-UGC NET ପରୀକ୍ଷା କେବେ ଅନୁଷ୍ଠିତ ହେବ: ୨୧ ଜୁନ ୨୦୨୫ ରୁ ୩୦ ଜୁନ ୨୦୨୫ ମଧ୍ୟରେ (ଏହା ଆନୁମାନିକ ତାରିଖ)
କେତେ ଫି ନିଆଯିବ?
ଜୁନ ୨୦୨୫ରେ UGC NET ପାଇଁ, ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କୁ ୧୧୫୦ ଟଙ୍କା ଫି’ ଦେବାକୁ ପଡିବ। EWS ବର୍ଗର ସାଧାରଣ ପ୍ରାର୍ଥୀ ଏବଂ OBC ପ୍ରାର୍ଥୀମାନଙ୍କୁ ୬୫୦ ଟଙ୍କା ଫି ଜମା କରିବାକୁ ପଡିବ। ଏହା ବ୍ୟତୀତ ST-SC ଏବଂ PWD ଏବଂ ତୃତୀୟ ଲିଙ୍ଗ ପ୍ରାର୍ଥୀଙ୍କ ପାଇଁ ଏହି ଫି’ ୩୨୫ ଟଙ୍କା ସ୍ଥିର କରାଯାଇଛି।
ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ:
-ପ୍ରାର୍ଥୀମାନେ https://ugcnet.nta.ac.in ରେ UGC NET-୨୦୨୫ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ପୂରଣ ହୋଇଥିବା ଆବେଦନ ଗ୍ରହଣ କରାଯିବ ନାହିଁ।
-ଯଦି ଜଣେ ପ୍ରାର୍ଥୀ ଗୋଟିଏରୁ ଅଧିକ ଆବେଦନ ଫର୍ମ ପୂରଣ କରନ୍ତି, ତେବେ ତାହା ନାକଚ ହୋଇଯିବ।
-ସମସ୍ତ ପ୍ରାର୍ଥୀ NTA ୱେବସାଇଟରେ ଉଲ୍ଲେଖିତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବେ। ଯଦି ଏହା କରାଯାଏ ନାହିଁ, ତେବେ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବ।
-ସୂଚନା ଆବେଦନରେ ଉଲ୍ଲେଖ କରାଯାଇଥିବା ଇମେଲ ଆଇଡି କିମ୍ବା ଫୋନ ନମ୍ବରକୁ ପଠାଯିବ, ତେଣୁ ଏହା ସଠିକ ହେବା ଗୁରୁତ୍ୱପୂର୍ଣ୍ଣ।
– NTA ଏହା ମଧ୍ୟ କହିଛି ଯେ ଯଦି କୌଣସି ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାରେ ଅସୁବିଧା ହୁଏ, ତେବେ ସେମାନେ ୦୧୧ ୪୦୭୫୯୦୦୦ / ୦୧୧ ୬୯୨୨୭୭୦୦ ରେ କିମ୍ବା ugcnet@nta.ac.in ରେ ଇମେଲ କରିପାରିବେ।