ୟୁଜିସି ନେଟ୍‌ ପରୀକ୍ଷା ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ ଫର୍ମ ପୂରଣ କରିବାର ଶେଷ ତାରିଖ

ଭୁବନେଶ୍ୱର,୧୮ା୪: ୟୁଜିସି-ନେଟ୍‌ ଜାତୀୟ ଯୋଗ୍ୟତା ପରୀକ୍ଷା ୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଛାତ୍ରୀଛାତ୍ର ଏନେଇ ସରକାରୀ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ କରିପାରିବେ।

ଫର୍ମ ପୂରଣ କରିବାର ଶେଷ ତାରିଖ ମେ ୭ ରାତି ୧୧ଟା ୫୯ ରହିଥିବା ବେଳେ ପରୀକ୍ଷା ଫି’ ଜମା କରିବାର ସମୟସୀମା ମେ ୮ ରହିଛି। ଫର୍ମ ପୂରଣ ସମୟରେ କୌଣସି ଭୁଲ ହେଲେ ସଂଶୋଧନ ପାଇଁ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ। କରେକ୍ସନ ଓ୍ବିଣ୍ଡୋକୁ ମେ ୯ ରୁ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରଖାଯିବ। ସେଥିପାଇଁ ଆଡ୍‌ମିଟ କାର୍ଡରେ ଉଲ୍ଲେଖ କରାଯାଇଥିବା ସିଫ୍ଟ ଉପରେ ଆଧାର କରି ୟୁଜିସି ନେଟ୍‌ -୨୦୨୫ ପରୀକ୍ଷା ଜୁନ ୨୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପରୀକ୍ଷା ନିମନ୍ତେ ଏପର୍ଯ୍ୟନ୍ତ ଆଡମିଟ୍‌ କାର୍ଡ ପ୍ରକାଶନ ତାରିଖ ଘୋଷଣା କରାଯାଇ ନାହିଁ।

Share