ୟୁଜିସି ଏନ୍‌ଇଟି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୧୩।୧: ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପାଇଁ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)କୁ ସ୍ଥଗିତ ରଖାଯାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସୋମବାର ଏହା ଘୋଷଣା କରିଛି। ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌ ପାଇଁ ଚୟନ ଏବଂ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ଯୋଗ୍ୟତା ନିରୂପଣ ନିମନ୍ତେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ପୋଙ୍ଗଲ ସମେତ ବିଭିନ୍ନ ରାଜ୍ୟରେ ଫସଲ ଅମଳକାଳୀନ ଉତ୍ସବ କାରଣରୁ ଏନ୍‌ଇଟି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ।

Share
Tags: UGC NET Exam