ବିଜାଘାଟି ରାସ୍ତାରେ ଖସିଲା ପଡିଲା ମାଟି ଅତଡ଼ା : ଯାତାୟତ…

କୋରାପୁଟ,୧୬।୮(ଅମିତାଭ ବେହେରା ): କୋରାପୁଟ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଶନିବାର ସକାଳେ ନାରାୟଣପାଟଣା ବ୍ଲକର ବିଜାଘାଟି ପଞ୍ଚାୟତ ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ଖସି ଦାମନଯୋଡି ନାରାୟଣପାଟଣା ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି। ଶନିବାର ସକାଳେ ବିଜାଘାଟି ପଞ୍ଚାୟତର କେରଙ୍ଗା ପାହାଡ଼ରୁ ମାଟି ଧସି ରାସ୍ତାରେ ପଡିଛି। ଏ ନେଇ ନାରାୟପାଟଣା ଓ ଦାମନଯୋଡି ମଧ୍ୟରେ ଗାଡି ଚଳାଚଳ ଠପ ହୋଇଥିବାବେଳେ ଏହିଯ ସ୍ଥାନରେ ବ୍ଲକ ପ୍ରଶାସନ ପହଞ୍ଚି ନଥିବା ସୂଚନା ମିଳିଛ। ଶୁକ୍ରବାର ଜିଲାରେ ୪୨୯.୫ ମିମି ବର୍ଷା ହୋଇଥିବାବେଳେ ନାରାୟଣପାଟଣାରେ ୩୧ ମିମି ବର୍ଷା, ବନ୍ଧୁଗାଁ ବ୍ଲକରେ ୬୨ ମିମି ଓ ଲକ୍ଷ୍ମୀପୁର ବ୍ଲକରେ ୯୨ ମିମି ବର୍ଷା ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।