IPL ୨୦୨୫ ପୂର୍ବରୁ ବିବାହ କଲେ ଏହି କ୍ରିକେଟର, ରିଟେନ୍‌ କରିଛି ଲକ୍ଷ୍ନୌ

ନୂଆଦିଲ୍ଲୀ,୩୦।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସର ତାରକା ବୋଲର ମୋହସିନ ଖାନ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଫଟୋରେ ‘୧୪/୧୧/୨୪) କ୍ୟାପ୍‌ଶନ ଦେଇଥିବାରୁ ସେ ୧୪ ଦିନ ପୂର୍ବରୁ ବିବାହ କରିଥିବା ସ୍ପଷ୍ଟ ହୋଇଛି। ମୋହସିନଙ୍କ ବିବାହ ଫଟୋ ଭାଇରାଲ ହେଉଥିବା ବେଳେ ସାଥୀ ଖେଳାଳିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୨୦୨୨ରେ ଲକ୍ଷ୍ନୌ ଟିମ୍‌ ପାଇଁ ଖେଳି ନିଜର ଆଇପିଏଲ୍‌ ଡେବ୍ୟୁ କରିଥିଲେ ମୋହସିନ। ତାଙ୍କୁ ଦଳ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ଏବେ ୨୦୨୫ ମେଗା ଅକ୍ସନ ପୂର୍ବର ମୋହସିନଙ୍କୁ ଲକ୍ଷ୍ନୌ ୪ କୋଟି ଟଙ୍କା ଦେଇ ରିଟେନ୍‌ କରିଛି।

ଏଯାବତ ମୋହସିନ ୨୪ ଆଇପିଏଲ୍‌ ମୁକାବିଲା ଖେଳିଛନ୍ତି। ଏଥିରେ ୨୩ ଇନିଂସରେ ବୋଲିଂ କରି ସେ ୨୭ ଉଇକେଟ ନେଇଛନ୍ତି। ଏହାଛଡ଼ା ଘରୋଇ କ୍ରିକେଟରେ ମୋହସିନ ଉତ୍ତର ପ୍ରଦେଶ ପାଇଁ ଖେଳୁଛନ୍ତି।

Share
Tags: Sports News