Categories: Home Leftଖେଳ

ୟୁଏଇକୁ ମିଳିଲା ବଡ଼ ସଫଳତା

ଦୁବାଇ,୧୬ା୧୦- ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଅନ୍ତିମ ତଥା ୨୦ତମ ଦଳ ଭାବେ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିଛି।

ଏସିଆ/ଇଏପି ଏସିଆ-ପାସିଫିକ କ୍ୱାଲିଫାୟର ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ସୁପର-୬ ମ୍ୟାଚ୍‌ରେ ୟୁଏଇ ୮ ଉଇକେଟରେ ଜାପାନକୁ ପରାସ୍ତ କରି ଏହି ସଫଳତା ପାଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଜାପାନ ୯ ଉଇକେଟ ହରାଇ ୧୧୬ ରନ କରିଥିଲା। ୧୧୭ ରନର ଟାର୍ଗେଟକୁ ୟୁଏଇ ୧୨.୧ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ୟୁଏଇ ପୂର୍ବରୁ ଏସିଆ-ପାସିଫିକ୍‌ କ୍ୱାଲିଫାୟରରୁ ନେପାଳ ଏବଂ ଓମାନ ଟି୨୦ ବିଶ୍ୱକପ୍‌ରେ ସ୍ଥାନ ନିଶ୍ଚିତ କରିଥିଲେ।