ପାତ୍ରପୁର,୨୪।୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମର ଜଣେ ୧୭ ବର୍ଷୀୟ ଯୁବତୀକୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରି ଗୁପ୍ତାଙ୍ଗକୁ କ୍ଷତ ବିକ୍ଷତ କରିଥିବା ଭଳି ଲୋମ ହର୍ଷଣକାରୀ ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି। ଗତ ୨୧ ତାରିଖ ରାତି ୧୧ଟା ସମୟରେ ପାତ୍ରପୁରର ଜଣେ ଯୁବକ କେ ବେଲପଡ଼ା ଗ୍ରାମର ଜଣେ ଯୁବକଙ୍କ ସହାୟତାରେ ଯୁବତୀଙ୍କ ଘରକୁ ଯାଇଥିଲେ। ଯୁବତୀଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ପାତ୍ରପୁରର ଯୁବକ ଜଣକ ପ୍ରଚୁର ମଦ୍ୟପାନ କରି ନିଜ ହିତାହିତ ଜ୍ଞାନ ଭୁଲି ଯୁବତୀଙ୍କର ଗପ୍ତାଙ୍ଗକୁ କାମୁଡି କ୍ଷତ ବିକ୍ଷତ କରିଥିଲେ । ଯାହା ବର୍ଣ୍ଣନା କରିବା ଅସମ୍ଭବ। କୌଣସି କାରଣରୁ ଖବରପାଇ ଯୁବତୀଙ୍କ ଭାଇ ପହଞ୍ଚିବାରୁ ଯୁବକ ଜଣକ ଛାଡ଼ି ପଳାଇଥିଲା। ଯୁବତୀଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ଜରଡ଼ା ଥାନା ପୋଲିସ ପହଞ୍ଚି ଗୁରୁତର ଆହତ ଯୁବତୀଙ୍କୁ ଚିକିତ୍ସା ନିମନ୍ତେ ଏମକେସିଜି ପଠାଇଥିବା ବେଳେ ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ପ୍ରେମ ବ୍ୟାପାରକୁ ନେଇ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ୨ ଯୁବକଙ୍କୁ ପୋସ୍କୋ ଆକ୍ଟ ଲାଗିବା ସହ କେସ ନଂ ୩୯୨/୨୫ରେ ମାମଲା ରୁଜୁ ହୋଇଛି। ଏହି ଘଟଣା ଜରଡାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।