ପଟ୍ଟାଙ୍ଗି,୨୬।୭,(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ ଦୁଇ ଟ୍ରକ ମୁହାମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପୋଲିସ ଉଦ୍ଧାର କରି ସୁଙ୍କି ସାସ୍ଥ କେନ୍ଦ୍ରକୁ ସ୍ଥାନାନ୍ତର କରି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ କୋରାପୁଟରୁ ଆନ୍ଧ୍ର ଅଭିମୁଖେ ଯାଉଥିବା AP39 UD 8339 ଟ୍ରକ ସହ ଆନ୍ଧ୍ରରୁ କୋରାପୁଟ ଅଭିମୁଖେ ଆସୁଥିବା ଅନ୍ୟ ଏକ ଟ୍ରକ CG04 QG 0597 ସହ ମୁହାମୁହିଁ ଧକ୍କା ହେବା ଫଳରେ ଆନ୍ଧ୍ର ଅଭିମୁଖେ ଯାଉଥିବା ଟ୍ରକ ଡ୍ରାଇଭର ଭେଙ୍କେଟ଼ ରାମଣା ଜାମ୍ପା ନିଜେ ଚଲାଉଥିବା ଟ୍ରକ ଭିତରେ ଚାପି ହୋଇ ରହି ଯାଇଥିଲେ । ଏହି ସମୟରେ ଘଟଣା ସ୍ଥଳ ଦେଇ ଯାତାୟାତ କରୁଥିବା ଟ୍ରକ ଅଟକି ସୁଙ୍କି ପୋଲିସ କୁ ସହଯୋଗ କରି ଟ୍ରକ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭର ରାବଣାଙ୍କୁ ଉଧାର କରି ନିକଟସ୍ଥ ସ୍ବାସ୍ଥ କେନ୍ଦ୍ର ପଠାଇ ପ୍ରାଥମିକ ଚିକିତ୍ସା କରି କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତରିତ କରିଥିଲେ କିନ୍ତୁ ଆହାତ ଡ୍ରାଇଭର ଉକ୍ତ ମେଡିକାଲ କଲେଜକୁ ନ ଯାଇ ପଡୋଶି ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ସ୍ଥିତ ଏକ ଘରୋଇ ମେଡିକାଲ କୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଅନ୍ୟକ୍ଷରେ ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ସ୍ଥଳ ଦେଇ ଯାତାୟାତ କରୁଥିବା ଗାଡି ଗୁଡିକ ପାଇଁ ଏକ ଅସ୍ଥାଇ ରାସ୍ତା କରି ଗାଡ଼ି ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ କରି ଜାତୀୟ ରାଜପଥ ଉପରୁ ଦୁଇ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ହଟାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।