ବାଇକ୍‌ରେ କରୁଥିଲେ ରିଲ୍‌ ଶୁଟିଂ, ବସ୍‌କୁ ପିଟିବା ପରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ…

ପାଟନା,୨୭ା୮: ବିହାରର ମୁଙ୍ଗେର ଜିଲାରେ ଦଶମ ଶ୍ରେଣୀର ୩ ଜଣ ଛାତ୍ର ବାଇକ୍‌ରେ ରିଲ୍‌ ଶୁଟିଂ କରୁଥିବାବେଳେ ଛିଡ଼ାହୋଇଥିବା ଏକ ବସ୍‌କୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ତୃତୀୟ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୮୦ ନମ୍ବର ଜାତୀୟ ରାଜପଥ ନିକଟ ବରିୟାରପୁର ସୁଲତାନଗଞ୍ଜରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ଶୁଭମ ଏବଂ ଆନନ୍ଦକୁମାର ହୋଇଥିବାବେଳେ ଆହତ ସୋନୁ କୁମାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ବାଇକ ଯୋଗେ ସୁଲ୍‌ତାନଗଞ୍ଜ ଯାଉଥିବାବେଳେ ୮୦ ନମ୍ବର ଜାତୀୟ ରାଜପଥରେ ରିଲ୍‌ ଓ ଭିଡିଓ ଶୁଟିଂ କରୁଥିଲେ। ଏହି ସମୟରେ ବାଇକ ଚଳାଉଥିବା ଛାତ୍ରଜଣକ ନିୟନ୍ତ୍ରଣ ହରାଇବାରୁ ବସ୍‌କୁ ଧକ୍କା ଦେଇଥିଲା।