ବାୟୁସେନାର ୨ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ପାଇଲଟ୍‌ଙ୍କ ମୃତ୍ୟୁ

ସିଓଲ,୧।୪: ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଶୁକ୍ରବାର ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସେନାର ୪ ଜଣ କର୍ମଚାରୀଙ୍କ (ପାଇଲଟ୍‌) ମୃତ୍ୟୁ ଘଟିଛି। କୋରିଆ ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଦକ୍ଷିଣ କୋରିଆର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ବିମାନ କେଟି-୧ ଟ୍ରେନର୍‌ ୨ଟି ବିମାନ ପ୍ରଶିକ୍ଷଣ ପାଇଁ ଦକ୍ଷିଣ-ପୂର୍ବ ସହର ସାଖୋନରେ ଥିବା ବାୟୁସେନା ବେସରୁ ଉଡ଼ାଣ କରିଥିଲା। ହେଲେ ଉଡାଣର ପାଞ୍ଚ ମିନିଟ୍‌ ପରେ ସାଖୋନ ବେସର ଦକ୍ଷିଣରୁ ପ୍ରାୟ ୬କି.ମି ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ ଉପରେ ଖସିପଡିଥିଲା। ଫଳରେ ୪ଜଣ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳକୁ ୩ଟି ହେଲିକପ୍ଟର୍‌ ସହ ଉଦ୍ଧାରକାରୀ ଟିମ୍‌କୁ ପଠାଯାଇଛି।