ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ୍ୟୁ ମାମଲା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଗଜପତି,୨୪।୩(ଗିରିଧାରୀ ପରିଛା): ରବିବାର ଗଜପତି ଜିଲା ରାମଗିରି ଠାରେ ଛତୁଆ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ବ୍ରହ୍ମପୁର ବଡ ମେଡିକାଲ ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତ ଦୁଇ ଶିଶୁଙ୍କ ଶବ ବ୍ୟବଚ୍ଛେଦ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ହୋଇଛି।

ଘଟଣାର କାରଣ ଓ ସତ୍ୟତା ତଦନ୍ତ ପାଇଁ ଜିଲାପାଳ କହିଛନ୍ତି, ଅତିରିକ୍ତ ଜିଲାପାଳ, ଉପ ଜିଲାପାଳ, ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନେ଼ଇ ଏକ ଟିମ ଗଠନ କରଯାଇଛି। ଟିମ ଅତିରିକ୍ତ ଜିଲାପାଳଙ୍କ ନେତୃତ୍ଵରେ ଘଟଣା ସ୍ଥଳକୁ ଯାଇ କ’ଣ ଖାଇ ଖାଦ୍ୟ ବିଷାକ୍ତ ହେଲା ଓ ବଣ୍ଟନ ହୋଇଥିବା ଛତୁଆ ଖାଇଥିବା ଅନ୍ୟ କେହି କିଛି ରୋଗରେ ଆକ୍ରାନ୍ତ କି ନୁହଁ ତାହା ତଦନ୍ତ ହେବା ସହ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ, ଛତୁଆ ନମୂନା ଆଦି ବିଭିନ୍ନ ଦିଗ ରୁ ସରଜମିନ୍ ତଦନ୍ତ ହେଉଛି ବୋଲି ଜିଲାପାଳ ବିଜୟ କୁମାର ଦାସ କହିଛନ୍ତି।

Share