ଭଦ୍ରକ,୨୩।୨(ସନାତନ ରାଉତ): ଭଦ୍ରକ ଜିଲା ସୁଦେବପୁରର ବ୍ଲକ ଅଧୀନ ଲୁଙ୍ଗା ପଞ୍ଚାୟତର ବଡ କିଆରୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତ ଘଟିଛି। ଏଥିରେ ଝୁନୁଲତା ମଳିକ ଓ କାମିନୀ ମଳିକଙ୍କର ଦୁଇ ବଖର ଜଳି ଯାଇଛି। ୪ଟି ଗାଈ ଜୀବନ୍ତ ଜଳି ଯାଇଥିବା ବେଳେ ଗୋଟିଏ ବାଛୁରୀ ଅଧାପୋଡ଼ିଛି। ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।