କୋଠା ଭୁଶୁଡ଼ି ୨ ମୃତ

ନୂଆଦିଲ୍ଲୀ,୨୬୪: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନଠାରେ ସୋମବାର ଅପରାହ୍ନରେ ଏକ ୩ ମହଲା ବିଲ୍ଡିଂ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମାସେ ହେଲା ଉକ୍ତ ବିଲ୍ଡିଂର ମରାମତି କାମ ଚାଲିଥିଲା। ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଏହା ଭୁଶୁଡ଼ି ପଡିବାରୁ ଭଗ୍ନାବଶେଷ ତଳେ ୭ ଜଣ ଦୀର୍ଘ ସମୟ ଚାପି ହୋଇ ରହିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଟିମ୍‌ ଓ ଅଗ୍ନିଶମ ବାହିନୀ ସାମିଲ ହୋଇଥିଲେ। କଂକ୍ରିଟ୍‌ ଉଠାଇବା ଲାଗି କ୍ରେନ୍‌ ନିୟୋଜିତ ହୋଇଥିଲା।