ଭୁବନ, ୨୮।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ୍ୟାଞ୍ଚଳ ଜମୁନାକୋଟ ପଞ୍ଚାୟତ କୃଷ୍ଣପୁର ଗ୍ରାମର ବଳରାମ ରାଉତ(୩୮) ଓ ଦିବାକର ପାଣି (୫୫) ଶନିବାର ବାର୍ହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନେ ଭୋର ସମୟରେ ଶୌଚ ପାଇଁ ବିଲ ପାଖକୁ ଯାଇଥିବାବେଳେ ଗୋଟିଏ ବାର୍ହା ଆସି ବଳରାମଙ୍କ ବାମ ହାତକୁ କାମୁଡ଼ି ଦେଇଥିବାବେଳେ ଦିବାକରଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା ॥ ସେମାନେ ପାଟିକରି ଦୌଡିକି ପଳାଇ ଆସିଥିଲେ । ପାଖରେ ଥିବା ଲୋକମାନେ ସେମାନଙ୍କୁ ଘରକୁ ନେଇ ଆସିଥିଲେ । ସଙ୍ଗେ ସଙ୍ଗେ ୧୦୮ ଆମୁଲାନ୍ସକୁ ଫୋନ ଯୋଗେ ଜଣାଇଲା ପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ଭୁବନ ଡାକ୍ତରଖାନାକୁ ନେଇ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ବଳରାମ ଅଧିକ ଗୁରୁତର ଥିବାରୁ ୧୦୮ ଯୋଗେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦିବାକର ଭୁବନ ସାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ଭୁବନ ରେଞ୍ଜର ରାକେଶ କୁମାର ଦଳେଇ ଘଟଣାସ୍ଥଳରେ ପହଞ୍ଚି ସହାୟତା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହିତ ଚିକିତ୍ସା ପାଇଁ ଯାହା ସହାୟତାର ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ଜଣାଇଥିଲେ।