ବଞ୍ଚୋ,୨୧।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନ ଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଥିବା ଖବର ପ୍ରକାଶ ପାଇଥିଲା। ବିଶେଷକରି ଜମି ରେଜିଷ୍ଟ୍ରି (କବଲା) ଓ ଅନ୍ୟାନ୍ୟ ତହସିଲ ସମ୍ବନ୍ଧୀୟ କାମ ସମୟରେ ସମ୍ପନ୍ନ ହୋଇପାର ନ ଥିବାରୁ ଲୋକମାନେ ହଇରାଣ ହେୁଥିଲେ।
ସୂଚନାଅନୁସାରେ,ବର୍ତ୍ତମାନ ଆନନ୍ଦପୁର ତହସିଲର ଅତିରିକ୍ତ ତହସିଲଦାର ମନୋଜ କେରକେଟ୍ଟା ଅସ୍ଥାୟୀ ଭାବେ ହାଟଡ଼ିହୀ ତହସିଲର ଦାୟିତ୍ୱ ନିର୍ବାହ କରୁଥିଲେ। ସେହିପରି, ହାଟଡ଼ିହୀ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମଧ୍ୟ ସ୍ବତନ୍ତ୍ର ସବ-ରେଜିଷ୍ଟ୍ରାର ନ ଥିବାରୁ ଏହି ଦାୟିତ୍ୱ ମଧ୍ୟ ତହସିଲଦାରଙ୍କ ଉପରେଥିଲା। ଫଳରେ ଜମି କବଲା କାମ ଦୀର୍ଘଦିନ ଧରି ଅଟକି ରହିଥିବାରୁ ଲୋକମାନେ ଅନ୍ଲାଇନ୍ରେ ବାରମ୍ବାର ସ୍ଲଟ ବୁକିଂ କରିଥିଲେ ମଧ୍ୟ କାମ ସଫଳ ହେଉ ନ ଥିଲା। ସମୟ ଓ ଅର୍ଥର ଅପଚୟ ସହ ଲୋକମାନେ ନିରାଶାର ସମ୍ମୁଖୀନ ହେଉଥିଲେ।
ଏହି ପରିସ୍ଥିତିକୁ ନେଇ ସାଧାରଣ ଲୋକମାନେ ହାଟଡ଼ିହୀ ତହସିଲ ପାଇଁ ଜଣେସ୍ଥାୟୀ ତହସିଲଦାର ଏବଂ ସ୍ବତନ୍ତ୍ର ସବ-ରେଜିଷ୍ଟ୍ରାର ନିଯୁକ୍ତି ଦାବି କରିଥିଲେ।
ଖବର ପ୍ରସାର ପରେ ଜିଲା ପ୍ରଶାସନ ପଦକ୍ଷେପ ନେଇଛି। ଚିଠି ନଂ-୬୧୯, ତାରିଖ ୨୦/୦୩/୨୬ ଅନୁସାରେ ସଞ୍ଜୟ କୁମାର ସାମନ୍ତରାୟ, OAS-A (JB), ଡପୁଟି କଲେକ୍ଟର, ଉପ-ଜିଲାପାଳ କାର୍ଯ୍ୟାଳୟ, ଆନନ୍ଦପୁର ଏବଂ ଜନସନ କିଣ୍ଡୋ, ORS, ବଡବିଲ ତହସିଲର ଅତିରିକ୍ତ ତହସିଲଦାରଙ୍କୁ ସାଧାରଣ ଲୋକସେବାର ଆବଶ୍ୟକତା ଦୃଷ୍ଟିରେ କ୍ରମଶଃ ହାଟଡିହୀ ତହସିଲର ତହସିଲଦାର ଓ ଅତିରିକ୍ତ ତହସିଲଦାର ଭାବେ ଅସ୍ଥାୟୀ ଦାୟିତ୍ୱ ଦିଆଯାଇଛି।
ଏହି ବ୍ୟବସ୍ଥା ନିୟମିତ ତହସିଲଦାର ଓ ଅତିରିକ୍ତ ତହସିଲଦାର ଯୋଗଦାନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡ଼ିଛି। ଜିଲାପାଳ, କେନ୍ଦୁଝରଙ୍କ ଆଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ସ୍ବାଗତ କରିଥିବା ସହ ଶୀଘ୍ରସ୍ଥାୟୀ ନିଯୁକ୍ତି ପାଇଁ ଆଶା ବ୍ୟକ୍ତ କରିଛନ୍ତି।
Dharitri – Odisha’s No.1 Odia Daily