Categories: Home Leftଖେଳ

BCCI ଚୟନ କମିଟିରେ ଦୁଇ ଓଡ଼ିଆ: ଭାରତୀୟ ଦଳରେ ମିଳିବ କି ଓଡିଶା ଖେଳାଳିଙ୍କୁ ସୁଯୋଗ ?

ଭୁବନେଶ୍ୱର,୨୮।୯: ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଆନୁଆଲ୍ ଜେନେରାଲ୍ ମିଟିଂ (ଏଜିଏମ୍)ରେ ନୂଆ ପ୍ରଶାସନିକ ଓ ଚୟନ ସମିତିର ଘୋଷଣା ହୋଇଛି। ପୂର୍ବତନ ଭାରତୀୟ କ୍ରିକେଟର ମିଥୁନ ମାନହସଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ପୁରୁଷ ଜାତୀୟ ଦଳର ଚୟନ କମିଟିରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା ଓ ଲେଫ୍ଟ୍-ଆର୍ମ୍ ପେସର ଆର୍.ପି. ସିଂହଙ୍କୁ ସାମିଲ୍ କରାଯାଇଛି।

ଏହା ସହିତ ଓଡ଼ିଶାରୁ ପ୍ରଜ୍ଞାନ ଓଝା ଓ ପୂର୍ବତନ ଓପନର ଶିବ ସୁନ୍ଦର ଦାସ କମିଟିରେ ରହିବା ଦ୍ୱାରା ରାଜ୍ୟରୁ ଦୁଇଜଣ ଚୟନକର୍ତ୍ତା ଥିବା ଐତିହାସିକ ସୁଯୋଗ ସୃଷ୍ଟି ହୋଇଛି। ଏହା ଓଡ଼ିଶାର ଖେଳାଳିଙ୍କ ପାଇଁ ନୂଆ ଆଶାର କିରଣ ଆଣିଛି, ଯଦିଓ ଭାରତୀୟ ଦଳରେ ସୁଯୋଗ ପାଇବା ପାଇଁ ସେମାନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡ଼ିବ।

ଓଡ଼ିଶାର ଖେଳାଳିଙ୍କ ପାଇଁ ସୁଯୋଗ

ବିସିସିଆଇରେ ଏହି ପରିବର୍ତ୍ତନ ସହିତ ଓଡ଼ିଶାର ଖେଳାପ୍ରେମୀମାନଙ୍କ ମନରେ ଏକ ପ୍ରଶ୍ନ ଉଠିଛି – ଏହି ଦୁଇ ଓଡ଼ିଆ ଚୟନକର୍ତ୍ତା ରାଜ୍ୟର ଖେଳାଳିଙ୍କୁ କେତେ ସୁଯୋଗ ଦେବେ? ତେବେ ଓଡ଼ିଶାରୁ ବର୍ତ୍ତମାନ କେହି ଭାରତୀୟ ଦଳରେ ଖେଳୁ ନାହାନ୍ତି। ପୂର୍ବରୁ ଶିବ ସୁନ୍ଦର ଦାସ (୨୩ ଟେଷ୍ଟ୍), ଦେବାଶୀଷ ମହାନ୍ତି (୪ ଟେଷ୍ଟ୍) ଓ ପ୍ରଜ୍ଞାନ ଓଝା ଜାତୀୟ ଦଳରେ ଥିଲେ।