Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ ଏତେ ରୋମାଞ୍ଚକର ଯେ ଦେଖଣାହାରୀମାନେ ସ୍ତବ୍ଧ ହୋଇଯାଆନ୍ତି। ଭିଡିଓଟିରେ ଶହ ଶହ ମାଙ୍କଡ଼ ପରସ୍ପର ସହିତ ଲଢ଼ୁଥିବାର ଦେଖାଯାଉଛି। ଏକ ପାହାଡିଆ ରାସ୍ତା ପାର୍ଶ୍ୱରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ରାଜପଥରେ ଯାନବାହନଗୁଡ଼ିକ ଅଟକି ରହୁଛି।

ଏହି ଭିଡିଓଟି ୧୮ ଏପ୍ରିଲ ୨୦୨୫ରେ ଟୁଇଟର୍‌ ଆକାଉଣ୍ଟ @AMAZlNGNATUREରେ ଶେୟାର କରାଯାଇଥିଲା। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଗିଯାଇ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। କିଛି ମାଙ୍କଡ଼ ପାହାଡ଼ ଚଢ଼ିବା ସମୟରେ ଲଢ଼େଇ କରୁଛନ୍ତି ତ ଆଉ କିଛି ରାସ୍ତା ପାର୍ଶ୍ୱରେ ପରସ୍ପରକୁ ପିଛା କରୁଛନ୍ତି। ଏହି ଦୃଶ୍ୟ କୌଣସି ଯୁଦ୍ଧଠାରୁ କମ ମନେ ହେଉନାହିଁ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ମାଙ୍କଡ଼ମାନଙ୍କ ମଧ୍ୟରେ ଏପରି ଲଢ଼େଇ ଦେଖାଯାଇଛି। ପୂର୍ବରୁ ମଧ୍ୟ ଥାଇଲ୍ୟାଣ୍ଡର ଲୋପବୁରିରେ ଦୁଇ ମାଙ୍କଡ ଗୋଷ୍ଠୀଙ୍କ ମଧ୍ୟରେ ରାସ୍ତାକଡ଼ରେ ଲଢ଼େଇର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଠାରେ ସେମାନେ ଖାଦ୍ୟ ପାଇଁ ପରସ୍ପର ଉପରେ ଆକ୍ରମଣ କରିଥିଲେ। ଏଥର ମଧ୍ୟ ଭିଡିଓଟି ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ଏହି ଦୃଶ୍ୟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏହି ଭିଡିଓଟି ପ୍ରକୃତିର ଏକ ଅନନ୍ୟ ଆଚରଣ ଦର୍ଶାଉଛି।