ମାଉଜର ସହ ଦୁଇଟି ଜୀବନ୍ତ ଗୁଳି ଜବତ: ଯୁବକ ଗିରଫ

ଭଞ୍ଜନଗର,୧୧। ୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଲୁଆପଲ୍ଲୀ ଛକରୁ ଜଣେ ଯୁବକଙ୍କୁ ପୋଲିସ ରବିବାର ବିଳମ୍ବିତ ରାତିରେ ଗିରଫ କରିଛି। ସେହେଲେ ଆଶୋକ କୁମାର ଭୂୟାଁ। ତାଙ୍କ ଠାରୁ ଗୋଟିଏ ମାଉଜର ସହ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ଅଶୋକ ଶାଲୁଆପଲ୍ଲୀ ଛକରେ ଠିଆ ହୋଇଥିଲେ। ଏହି ସମୟରେ ଥାନା ଏସ ଆଇ ସମୀର କୁମାର ସେଠୀ, ଥାନା ଅଧିକାରୀ ଜିବନାନନ୍ଦ ଜେନା ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଅଶୋକକୁ ସନ୍ଦେହରେ ଡାକି ପଚରାଉଚରା କରିବା ପରେ ତାଙ୍କଠୁ ମାଉଜର ଜବତ ହୋଇଥିଲା। ସୂଚନା ଯୋଗ୍ୟ , ବିଗତ କିଛି ଦିନ ହେବ ଗଞ୍ଜାମ ପୋଲିସ ପକ୍ଷରୁ ଅପରାଧି ଧରପଗଡ଼ ଚାଲିଛି। ଯାହାକୁ ନେଇ ଅପରାଧି ମାନେ ଆତଙ୍କିତ ହୋଇପଡିଛନ୍ତି। ଏହିଭଳି ଭଞ୍ଜନଗର ପୋଲିସ ମଧ୍ୟ ଅପରାଧି ଦମନରେ ଲାଗି ପଡିଛି।