୨ ଫୁଟ ବରଙ୍କୁ ୪ ଫୁଟ କନ୍ୟା, ଭାଇରାଲ ହେଉଛି ବିବାହ ବେଳର ଫଟୋ

କୁହାଯାଏ,ବିବାହ ଉପରବାଲା ଯୋଡ଼ିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ମୁମିଦିବରାମରେ। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବରଙ୍କ ଉଚ୍ଚତା ୨ ଫୁଟ ହୋଇଥିବା ବେଳେ କନ୍ୟାଙ୍କ ଉଚ୍ଚତା ୪ ଫୁଟ। ଏମାନଙ୍କ ବିବାହ ଏବେ ଚର୍ଚ୍ଚାରେ ରହିଛି। ବରକନ୍ୟା ଦୁଇଜଣ ଖ୍ରୀଷ୍ଟ୍ରିୟାନ ସମ୍ପ୍ରଦାୟର । ଚର୍ଚ୍ଚରେ ବିବାହ ହୋଇଥିଲା। ଅତିଥିମାନେ ଏହି ବିବାହ ଉତ୍ସବରେ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।

ବରକନ୍ୟାଙ୍କ ପରିବାର, ବନ୍ଧୁବାନ୍ଧବ ଏବଂ ଆତ୍ମୀୟସ୍ବଜନ ଏହି ବିବାହରେ ବହୁତ ଖୁସି ଅଛନ୍ତି। ମୁମିଦିବରାମ ବ୍ଲକ ଅନ୍ତର୍ଗତ ଶାନ୍ତିନଗର ନିବାସୀ ବର ଦେବରପଲ୍ଲୀ ଶ୍ରୀନିବାସ ସ୍ନାତକୋତ୍ତର ପଢ଼ିଛନ୍ତି। ତାଙ୍କର ଉଚ୍ଚତା ବଢ଼ିବା ପିଲାଦିନରୁ କମିଯାଇଥିଲା। ଶ୍ରୀନିବାସ ଗ୍ରାଜୁଏଟ ହେବା ପରେ ତାଙ୍କ ପରିବାର ତାଙ୍କ ପାଇଁ ଝିଅ ଖୋଜା ଆରମ୍ଭ କରିଥିଲେ। ଶେଷରେ ଅମଲାପୁରମର ସାମାନାସା ଗାଁର ସତ୍ୟଦୁର୍ଗାଙ୍କୁ ବାଛିଥିଲେ। ଶାନ୍ତିନଗରରେ ଶ୍ରୀନିବାସଙ୍କ ବିବାହ ସମ୍ପନ୍ନ ହୋଇଛି। ସତ୍ୟଦୁର୍ଗା ୮ମ ପାସ୍‌ କରିଛନ୍ତି। ଦୁଇ ଜଣଙ୍କ ପରିବାର ଏହି ବିବାହକୁ ନେଇ ବେଶ୍‌ ଖୁସି ଅଛନ୍ତି।