କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇ ଉଭୟ ପରିବାର ର ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଆ ଆଲପୁର ଗ୍ରାମର ଯୋଗାଣ ସହାୟକ ରବୀନ୍ଦ୍ର ଗୌଡ଼ଙ୍କ ପୋଷା କୁକୁର ପଡୋଶୀ ମନୁ ଗୌଡ଼ଙ୍କ ପରିବାରର ଦୁଇ ଜଣଙ୍କୁ କାମୁଡି ଦେଇଥିଲା। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହେବା ସହିତ ମାରପିଟ ହୋଇଥିଲା। ପରସ୍ପର ଆକ୍ରମଣ ରେ ଉଭୟ ପରିବାରର ୫ ଜଣ ଆହତ ହୋଇ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

Share