ଗଞ୍ଜାମ,୪।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ଜରାପଦର ଗାଁ ରେ ଦୁଇ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁସାରେ ସେହି ଗ୍ରାମର ଏଚ୍ ରାମଚନ୍ଦ୍ର ରେଡ୍ଡିଙ୍କୁ କୌଣସି କଥାକୁ ନେଇ ଗ୍ରାମବାସୀ ବାସନ୍ଦ କରିଥିଲେ l ଏଥିସହ ଗ୍ରାମବାସୀ ରାମଚନ୍ଦ୍ରଙ୍କ ସ୍ତ୍ରୀ ଏଚ ସାବିତ୍ରୀ ରେଡି ଫାଇନ ଟଙ୍କା ମାଗିଥିଲେ । ଗରିବ ଲୋକ ଫାଇନ ଟଙ୍କା ମୁଁ କେଉଁଠୁ ଆଣିବି କହି ସାବିତ୍ରୀ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାସନ୍ଦ ସାବିତ୍ରୀ ସାଙ୍ଗରେ ଭାଇ ଏସ୍ ଅଶାନ୍ତl କଥା ହେବାରୁ ତାଙ୍କୁ ମଧ୍ୟ ଗ୍ରାମବାସୀ ବାସନ୍ଦ କରିଥିବା ଅଭିଯୋଗ ହୋଇଛି l ଶନିବାର ଗାଁ ରେ ମିଟିଙ୍ଗ ଚାଲିଥିବା ବେଳେ ପୋଲିସ ପହଞ୍ଚି ବିଭିନ୍ନ ଖାତା ପତ୍ର ଯାଞ୍ଚ କରିବା ସହ ଫୋଟୋ ଉତ୍ତୋଳନ କରି ଆଣିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଏନେଇ ଥାନା ଆଇଆଇସି ସୁମିତ୍ରା ପାତ୍ର କହିଛନ୍ତି ଅଭିଯୋଗ ଅନୁସାରେ ନୋଟିସ କରାଯାଇଛି । ତିନି ରେ ଗ୍ରାମବାସୀଙ୍କ ସହ ଆଲୋଚନା ହେବାର ଥିଲା କିନ୍ତୁ ବନ୍ୟା ବାତ୍ୟା କାରଣ ତାହା ହୋଇ ପାରିନି। ଉପରୋକ୍ତ ଘଟଣାକୁ ନେଇ ଉପଜିଲ୍ଲାପାଳ, ଏସଡିପିଓ ଓ ତହସିଲଦାରଙ୍କୁ ଅବଗତ କରାଯାଇଛି। ମହିଳା ଏସଆଇ ସୁପ୍ରଭା ସାହୁଙ୍କୁ ପଚାରିବାରେ ଚାରି ବର୍ଷର ଘଟଣା। ଅଭିଯୋଗ ପରେ ତିନି ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସେ କହିଛନ୍ତି ।