ଏକାବେଳେ ଚାଲିଗଲା ୨ ଭାଇଙ୍କ ଜୀବନ: ଭୋ ଭୋ ହେଇ କାନ୍ଦୁଛି ମା’

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗ୍ରାମରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଗାଁ ମୁଣ୍ଡ ପୋଖରୀ କୁ ଗାଧୋଇବା କୁ ଯାଇ ପାଣିରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ ୨ ଭାଇ ହେଲେ ରାଧାକାନ୍ତ ରଣା (୧୨) ଓ ସୀତାକାନ୍ତ ରଣା (୯) ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଓଡ୍ରାପ ଟିମ ପହଞ୍ଚି ମୃତ ୨ ଭାଇଙ୍କୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ର ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇଁ ଗ୍ରାମରେ ଏବେ ଶୋକର ଛାୟା ଖେଳି ଯାଇଛି।