ଜଳେଶ୍ବର,୨୦।୯(ନବୀନ ସାହୁ): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ନେତୁଆ ପଞ୍ଚୟତ କପାସୁଦା ଗ୍ରାମରେ। ବିଲରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି।
ସୂଚନାନୁସାରେ, ଉକ୍ତ ଗ୍ରାମର ଗୋବିନ୍ଦ ଜେନାଙ୍କ ପୁତ୍ର ବାବୁ ଜେନା ସକାଳଳେ ବିଲକୁ ଘାସ କାଟିବା ପାଇଁ ଯାଇଥିଲେ। ବିଲରେ ଛିଡି ପଡ଼ିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଟଳି ପଡ଼ିଥିଲେ। ୧୨ଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ କକା ପୁଅ ବାଦଲ ଜେନା ବିଲରେ ଦେଖିଥିଲେ ଭାଇ ପଡିଛନ୍ତି। ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଟଳି ପଡିଥିଲେ। ପରେରେ ଗାଆଁ ଲୋକ ଦେଖି ଜଳେଶ୍ୱରର ପୋଲିସକୁ ଖବର ଦେଇଥିଲେ। ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।