୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ ୨ ଗୁରୁତର

ଥୁଆମୂଳ ରାମପୁର,୩ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ କର୍ଲାପାଟ ଥାନା ଅଞ୍ଚଳରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ପୂର୍ବାହ୍ନରେ ବାଲିସରା ଗ୍ରାମର ଧନେଶ୍ବର ନାଏକ (୫୫) ନିଜ ବାଇକ୍‌ (ଓଡି୦୮ଇ୧୮୩୯)ରେ ଗୁଣପୁର ଯାଉଥିଲେ। ଏହି ସମୟରେ କଠଘରା ଗ୍ରାମର ପର୍ଶୁରାମ ମାଝୀ (୨୩) ଓ ପୁରାଣ ମାଝୀ (୩୦) ଅନ୍ୟ ବାଇକ୍‌ (ଓଡି୦୮ଜେଡ୧୦୩୦)ରେ ଆସୁଥିବା ବେଳେ ମୁଣ୍ଡାପଡା ଛକ ବୁଲାଣିରେ ୨ ବାଇକ୍‌ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଧନେଶ୍ବରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରୁ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ମୃତକଙ୍କ ପରିବାର କର୍ଲାପାଟ ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ କେସ୍‌ ନଂ.୧୪/୨୫ରେ ମାମଲା ରୁଜୁକରିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କର୍ଲାପାଟ ଥାନାଧିକାରୀ ଶ୍ରୀକାନ୍ତ କଲୋକା ସୂଚନା ଦେଇଛନ୍ତି l