ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ଯୁବକଙ୍କ ଚାଲିଗଲା ଜୀବନ

ମୁନିଗୁଡା,୨୫।୧୦ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣେ ମୁନିଗୁଡା ଗୋବର୍ଦ୍ଧନର ଦେବାଶିଷ ସାହୁ ହୋଇଥିବାବେଳେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିନାହିଁ। ଉଭୟଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯିବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପ୍ରଚାର ହେବା ପରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି। ତେବେ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily