କୋଟପାଡ଼,୧୭ା୭(କେ.ରାଜଶେଖରରାଓ): କୋରାପୁଟ ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ସୁର୍ଲି ଗ୍ରାମ ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହେଇଛନ୍ତି। ଖବର ପାଇ କୋଟପାଡ଼ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କୋଟପାଡ଼ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।
ପୋଲିସ ୨ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ଅନ୍ୟପକ୍ଷେ ପୋଲିସ ଦୁର୍ଘଟଣା ଘଟିଥିବା ବାଇକ୍ ଦ୍ୱୟକୁ ଜବତ କରିଛି। ଦୁଇ ମୃତକ ମଧ୍ୟରୁ ଜଣେ କୋଟପାଡ଼ ଝଡିଗୁଡା ଗ୍ରାମର ବୈଦନାଥ ଭତରା ଏବଂ ଛତିଶଗଡ଼ର ବରିଷ ରାଘୁଆଲି ବୋଲି ଜଣାପଡିଛି। ସେହିପରି ଦୁଇ ଗୁରୁତରଙ୍କ ମଧ୍ୟରେ ଜଣେ ଝଡିଗୁଡାର ମଣିରାମ ପୂଜାରୀ ଏବଂ ଛତିଶଗଡ଼ର ରାଜା ରାମ ବାଘେଲ ବୋଲି ସୂଚନା ମିଳିଛି। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।