ସୁନ୍ଦରଗଡ଼,୨।୬: ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ମୁଖ୍ୟ ରାସ୍ତା ବାଲିଶଙ୍କରା ୨୩ ମାଇଲଠାରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମାଳିଡିହି ଗ୍ରାମର ଅବିନାଶ ପ୍ରଧାନଏବଂ ବିରଞ୍ଚି ପ୍ରଧାନ ବୋଲି ଜଣାପଡିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ କୌଣସି ସିସିଟିଭି ଲାଗି ନ ଥିବାରୁ ଗାଡିକୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଇଛି।
ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଅଜଣା ଗାଡିକୁ ଖୋଜି ବାହାର କରିବା ସହ ସମ୍ପୃକ୍ତ ଗାଡି ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣାରେ ଦାବି ହୋଇଛି।