ଗଞ୍ଜାମ,୧୪ା୧୦(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ସ୍ଥିତ ଏକ ଦୋକାନ ନିକଟ ଏବଂ ଲକ୍ଷ୍ମୀପୁର ଗ୍ରାମରୁ ରାତିରେ ୨ଟି ବାଇକ୍ ଚୋରି ହୋଇଛି। ଏନେଇ ଗଞ୍ଜାମ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି। ଦାମଦରପୁର ଗ୍ରାମର ସୁନୀଲ ବେହେରାଙ୍କ ଗାଡି (ନଂ ଓଡି ୦୭ଇଘ ୬୬୬୩)ଟି ପୁଇଁତଳା ସ୍ଥିତ ଦୋକାନ ନିକଟରେ ଚୋରି ହୋଇଥିଲା। ସେହିପରି ଲକ୍ଷ୍ମୀପୁର ଗ୍ରାମରେ ମଧ୍ୟ ଗ୍ଲାମର ଗାଡି ଚୋରି ହୋଇଛି।