ଟୁଇଟର୍‌ ଡାଉନ୍‌

କାର୍ଲଫର୍ନିଆ,୯।୨: ବିଶ୍ୱର ଅନେକ ଦେଶରେ ଟୁଇଟର୍‌ ସର୍ଭର ଡାଉନ ଅଛି। ଅନେକ ୟୁଜର୍ସ ଆକାଉଣ୍ଟକୁ ଲଗ୍‌ଇନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଟୁଇଟର ପକ୍ଷରୁ କୁହାଯାଇଛି ଯେ, ଟୁଇଟରରେ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କମ୍ପାନୀ ଏଥିପାଇଁ ଦୁଃଖିତ। ଏହାକୁ ଶୀଘ୍ର ସଂଶୋଧନ କରିବାକୁ ଉଦ୍ୟମ କରାଯାଉଛି।
ସୂଚନା ଅନୁଯାୟୀ, ବୁଧବାର ରାତିରୁ ଟୁଇଟର୍‌ ୟୁଜର୍ସଙ୍କୁ ସାଇଟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏଥିରେ ଟୁଇଟ, ସିଧାସଳଖ ବାର୍ତ୍ତା ପଠାଇବା କିମ୍ବା ପ୍ଲାଟଫର୍ମରେ ନୂଆ ଆକାଉଣ୍ଟ ଫଲୋ କରିବାରେ ଅସୁବିଧା ସାମିଲ ଅଛି। ଗୁରୁବାର ସକାଳୁ ମଧ୍ୟ ସମାନ ଅନୁବିଧା ଦେଖିବାକୁ ମିଳିଛି।
ଏଲନ ମସ୍କ ଟୁଇଟର୍‌ର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ତ୍‌ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇତ୍କରାଯାଇଥିଲା। ଏହାପରଠାରୁ ଟୁଇଟର ଅନେକ ବୈଷୟିକ ଅସୁବିଧାର ସମ୍ମୁଖୀନ ହୋଇଛି।