WASHINGTON, DC - NOVEMBER 26: President Donald Trump speaks in the Diplomatic Room of the White House on Thanksgiving on November 26, 2020 in Washington, DC. Trump had earlier made the traditional call to members of the military stationed abroad through video teleconference. (Photo by Erin Schaff - Pool/Getty Images)
ୱାଶିଂଟନ,୭ ।୧: ଗତ ନଭେମ୍ବରରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି ଜୋ ବାଇଡେନ୍ । ହେଲେ ନିଜର ପରାଜୟକୁ ଏପର୍ଯ୍ୟନ୍ତ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ ଟ୍ରମ୍ପ । ଜୋ ବାଇଡେନଙ୍କ ବିଜୟକୁ ଅଫସିୟାଲି ଘୋଷଣା କରାଯିବା ପରେ ଟ୍ରମ୍ପଙ୍କ ପ୍ରଶଂସକ ହିଂସା ପରିସ୍ଥିତି ସୃଷ୍ଟି କରିଛନ୍ତି । ଏହାକୁ କାବୁ କରିବାକୁ ନ୍ୟାଶନାଲ ଗାଇଡ୍ସକୁ ମୁତୟନ କରିବାକୁ ପଡିଲା । ଏହାକୁ ଦେଖି ସୋସିଆଲ ମିଡିଆର ବଡ ବଡ କମ୍ପାନୀ ଟୁଇଟର, ଫେସବୁକ ଓ ଇନଷ୍ଟ୍ରଗ୍ରାମ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଛନ୍ତି । ଟୁଇଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବନ୍ଦ କରିଦେଇଛି । ଏହାସହ ଟ୍ରମ୍ପଙ୍କୁ ଚେତାବନୀ ଦିଆଯାଇଛି କି ଏହାପରେ ଯଦି ସେ ନିୟମର ଉଲ୍ଲଂଘନ କରନ୍ତି ତେବେ ସ୍ଥାୟୀ ଭାବେ ତାଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯିବ । ଟୁଇଟର ଟ୍ରମ୍ପକୁ ୩ଟି ଟୁଇଟ୍ ଡିଲିଟ୍ କରିବାକୁ କହିଛି ଯେଉଁ ୩ଟି ଟୁଇଟ୍ ଫଳରେ ହିଂସା ଉପୁଜିଛି । ସେହିପରି ଫେସବୁକ୍ ଓ ଇନଷ୍ଟାଗ୍ରାମ ଟ୍ରମ୍ପଙ୍କ ଆକାଉଣ୍ଟକୁ ୨୪ ଘଣ୍ଟା ପାଇଁ ବନ୍ଦ କରି ଦେଇଥିବା ଜଣାପଡିଛି ।