ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ…

ଅମରାବତୀ,୨୪।୧୦ : ମହାରାଷ୍ଟ୍ରର ଅମରାବତୀରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟିମଟାଲା-ମାଲକେଡ ରେଳ ଲାଇନରେ ବିଳମ୍ବିତ ରାତିରେ ଏକ ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ ହୋଇଛି। ତେବେ ଏହି ଘଟଣାରେ କେହି ହତାହତ ହୋଇ ନାହାନ୍ତି। ଏହା ଯୋଗୁ ଏହି ଲାଇନ ଦେଇ ଚଳାଚଳ କରୁଥିବା କେତେକ ଟ୍ରେନକୁ ବାତିଲ କରାଯିବା ଅନ୍ୟ କେତେକକୁ ଡାଇଭର୍ଟ କରାଯାଇଛି।

ମାଲଗାଡ଼ିରେ କୋଇଲା ବୋଝେଇ ହୋଇଥିବା ଜଣାପଡ଼ିଛି। ଖବର ପାଇଁ ରେଳ ବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ରାସ୍ତା ମରାମତି ତଥା ବଗିଗୁଡିକୁ ସିଧା କରିବା କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରହିଛି।