ଟିକାକରଣ ପରିଚାଳନାରେ ଭାଗ ନେବେ ୨୩ଟି ସରକାରୀ ବିଭାଗ

ନୂଆଦିଲ୍ଲୀ,୧୦।୧: କରୋନା ମହାମାରୀରୁ ରକ୍ଷା ପାଇଁ ଦେଶରେ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟିକାକରଣ ଅଭିଯାନ। ଏହି ଅଭିଯାନରେ ସରକାରଙ୍କ ୨୩ଟି ବିଭାଗ ଅଂଶଗ୍ରହଣ କରିବେ। ଏହା ବିଶ୍ୱର ସବୁଠାରୁ ବଡ ଟିକାରଣ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏହି ଅଭିଯାନର ଅବାଧ ପରିଚାଳନା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶନାରେ ଅନ୍ୟ ୨୩ଟି ସରକାରୀ ବିଭାଗ କାମ କରିବେ। ମହିଳା ଓ ଶିଶୁ ବିକାଶ ବିଭାଗ ଟିକାକରଣ ପାଇଁ କର୍ମଚାରୀ ଯୋଗାଇ ଦେବ। ପଞ୍ଚାୟତରାଜ ବିଭାଗ ଟିକାକରଣ ସ୍ଥାନ ଚିହ୍ନଟ ଓ ବ୍ୟବସ୍ଥା କରିବା ସହ ପଞ୍ଚାୟତ ଅଧୀନରେ ଥିବା ସ୍ଥାସ୍ଥ୍ୟ ସେବା କର୍ମୀଙ୍କ ପଞ୍ଜୀକରଣ କରାଇବାରେ ସହଯୋଗ କରିବ। ଗ୍ରାମୀଣ ବିକାଶ ବିଭାଗ ଏହି ଅଭିଯାନରେ ସ୍ବଂୟସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରିବ। ସେହିପରି ଅନ୍ୟ ବିଭାଗ ମଧ୍ୟ ନିଜ ଦାୟୀତ୍ୱ ନେଇ କାର୍ଯ୍ୟ କରିବେ।